11ଆହୁରି, ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ଣ ହୁଅନ୍ତି; ମାତ୍ର ଜଣେ କିପରି ଏକାକୀ ଉଷ୍ଣ ହୋଇପାରେ ?
12ଯେବେ କେହି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତେବେ ଦୁଇ ଜଣ ତାହାର ପ୍ରତିବାଧା କରିବେ; ପୁଣି, ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡି ଯାଏ ନାହିଁ।
13ଯେଉଁ ବୃଦ୍ଧ ଓ ନିର୍ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ କରିବାକୁ ଜାଣେ ନାହିଁ, ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ ଯୁବା ଲୋକ ଭଲ।
14କାରଣ ସେ ରାଜା ହେବା ପାଇଁ କାରାଗାରରୁ ବାହାର ହୋଇ ଆସିଲା; ଆହୁରି, ସେ ତାହାର ରାଜ୍ୟରେ ଦରିଦ୍ର ହୋଇ ଜନ୍ମି ଥିଲା।
15ମୁଁ ସୂର୍ଯ୍ୟ ତଳେ ଗମନକାରୀ ସମସ୍ତ ପ୍ରାଣୀକୁ ଦେଖିଲି ଯେ, ସେମାନେ ସେହି ଯୁବାର, ଯେଉଁ ଦ୍ୱିତୀୟ ବ୍ୟକ୍ତି ଏହାର ସ୍ଥାନରେ ଉଠିଲା, ତାହାର ସଙ୍ଗୀ।