Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 6

ରୋମୀୟ 6:15-23

Help us?
Click on verse(s) to share them!
15ତେବେ କ'ଣ ? ଆମ୍ଭେମାନେ ଯେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥି ନିମନ୍ତେ କି ପାପ କରିବା ? ତାହା କେବେ ହେଁ ନ ହେଉ ।
16ମୃତ୍ୟୁଜନକ ପାପ କିମ୍ବା ଧାର୍ମିିକତାଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍‍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କ'ଣ ଜାଣ ନାହିଁ ?
17କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ,
18ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ ।
19ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର ।
20କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ ।
21ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା ? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ ।
22କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ ।
23କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ ।

Read ରୋମୀୟ 6ରୋମୀୟ 6
Compare ରୋମୀୟ 6:15-23ରୋମୀୟ 6:15-23