15କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ୱରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା।
16ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା
17ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ ।
18ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା ।
19କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ ।
20ଏହାଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
21ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ ।