Text copied!
Bibles in Odia

ହିତୋପଦେଶ 22:10-20 in Odia

Help us?

ହିତୋପଦେଶ 22:10-20 in ଓଡିଆ ବାଇବେଲ

10 ନିନ୍ଦକକୁ ବାହାର କରି ଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ।
11 ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ।
12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ରକ୍ଷା କରେ; ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି।
13 ଅଳସ ଲୋକ କହେ, ବାହାରେ ସିଂହ ଅଛି; ମୁଁ ସଡ଼କରେ ହତ ହେବି।
14 ପରସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ।
15 ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି, ଶାସନବାଡ଼ି ତାହା ବାହାର କରି ତାହାଠାରୁ ଦୂର କରି ଦିଏ।
16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ; ପୁଣି, ଯେ ଧନୀକୁ ଦାନ କରେ, ତାହାକୁ କେବଳ ଅଭାବ ଘଟିବ।
17 ତୁମ୍ଭେ ଆପଣା କର୍ଣ୍ଣ ଡେରି ଜ୍ଞାନବାନ‍ମାନଙ୍କ କଥା ଶୁଣ; ପୁଣି, ମୋ’ ବିଦ୍ୟାରେ ଆପଣା ମନ ଲଗାଅ।
18 ଯେହେତୁ ତୁମ୍ଭେ ତାହା ହୃଦୟରେ ରଖିଲେ ଓ ତୁମ୍ଭ ଓଷ୍ଠାଧର ସଙ୍ଗେ ତାହା ଏକତ୍ର ସଂଯୁକ୍ତ ହେଲେ, ଆହ୍ଲାଦଜନକ ହେବ।
19 ସଦାପ୍ରଭୁଙ୍କଠାରେ ଯେପରି ତୁମ୍ଭର ନିର୍ଭର ରହିବ, ଏଥିପାଇଁ ମୁଁ ଆଜି ତୁମ୍ଭକୁ, ବିଶେଷ ରୂପେ ତୁମ୍ଭକୁ ଏହିସବୁ କଥା ଜଣାଇଲି।
20 ତୁମ୍ଭକୁ ସତ୍ୟତାରୂପ ବାକ୍ୟର ନିଶ୍ଚୟତା ଜଣାଇବାକୁ, ପୁଣି, ଯେଉଁମାନେ ତୁମ୍ଭକୁ ପଠାନ୍ତି,
ହିତୋପଦେଶ 22 in ଓଡିଆ ବାଇବେଲ