Text copied!
Bibles in Odia

ରୋମୀୟ 3:14-23 in Odia

Help us?

ରୋମୀୟ 3:14-23 in ଓଡିଆ ବାଇବେଲ

14 ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ;
15 ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
16 ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
17 ପୁଣି, ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ ।
18 ଈଶ୍ୱରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ ।
19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ;
20 କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ ।
21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
22 ଅର୍ଥାତ୍‍, ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତିବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ୱରଙ୍କ ଗୌରବରହିତ ହୋଇଅଛନ୍ତି,
ରୋମୀୟ 3 in ଓଡିଆ ବାଇବେଲ