Text copied!
Bibles in Odia

ରୋମୀୟ 2:19-27 in Odia

Help us?

ରୋମୀୟ 2:19-27 in ଓଡିଆ ବାଇବେଲ

19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
20 ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ,
21 ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ଆପଣାକୁ ଶିକ୍ଷା ଦେଉ ନାହଁ ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ ?
22 ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ ? ପ୍ରତିମା ଘୃଣା କରୁଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ମନ୍ଦିର ଲୁଣ୍ଠନ କରୁଅଛ ?
23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ୱରଙ୍କୁ ଅନାଦର କରୁ ନାହଁ ?
24 କାରଣ ଯେପରି ଲେଖା ଅଛି, "ତୁମ୍ଭମାନଙ୍କ ହେତୁ ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଅଛି ।''
25 ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ ।
26 ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କ'ଣ ସୁନ୍ନତ ବୋଲି ଗଣିତ ହେବ ନାହିଁ ?
27 ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ ।
ରୋମୀୟ 2 in ଓଡିଆ ବାଇବେଲ