Text copied!
Bibles in Odia

ଯୋହନ 5:14-18 in Odia

Help us?

ଯୋହନ 5:14-18 in ଓଡିଆ ବାଇବେଲ

14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ ।
15 ସେହି ଲୋକ ଚାଲିଯାଇ, ଯେ ତାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୂଦୀମାନଙ୍କୁ କହିଲା ।
16 ତେଣୁ ଯୀଶୁ ବିଶ୍ରାମବାରରେ ଏହା କରୁଥିବାରୁ ଯିହୂଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ ।
17 ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ, ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି ।
18 ଏହି କାରଣରୁ ଯିହୂଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ୱରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ ।
ଯୋହନ 5 in ଓଡିଆ ବାଇବେଲ