Text copied!
Bibles in Odia

ଯିହୋଶୂୟ 15:16-59 in Odia

Help us?

ଯିହୋଶୂୟ 15:16-59 in ଓଡିଆ ବାଇବେଲ

16 ସେହି ସମୟରେ କାଲେବ କହିଲେ, ଯେଉଁ ଜନ କିରୀୟଥ୍‍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍‍ଷାର ବିବାହ ଦେବି।
17 ତହିଁରେ କାଲେବର ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍‍ଷାର ବିବାହ ଦେଲେ।
18 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ?
19 ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ। ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
20 ଯିହୁଦା-ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର।
21 ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ବଂଶର ପ୍ରାନ୍ତଭାଗସ୍ଥ ଏସବୁ ନଗର ଥିଲା, କବ୍‍ସେଲ ଓ ଏଦର ଓ ଯାଗୁର
22 ଓ କୀନା ଓ ଦୀମୋନା ଓ ଅଦାଦା
23 ଓ କେଦଶ୍‍ ଓ ହାସୋର ଓ ଯିତ୍ନନ୍;
24 ସୀଫ୍‍ ଓ ଟେଲମ୍‍ ଓ ବାଲୋତ୍‍
25 ଓ ହାସୋର-ହଦତ୍ତା ଓ କରିୟୋଥ୍‍-ହିଷ୍ରୋଣ (ଅବା ହାସୋର;)
26 ଅମାମ୍‍ ଓ ଶେମା ଓ ମୋଲାଦା
27 ଓ ହତ୍‍ସର-ଗଦ୍ଦା ଓ ହିଷ୍‍ମୋନ୍‍ ଓ ବେଥ୍-ପେଲଟ
28 ଓ ହତ୍‍ସର-ଶୁୟାଲ୍‍ ଓ ବେର୍‍ଶେବା ଓ ବିଷିୟୋଥିୟା;
29 ବାଲା ଓ ଇୟୀମ୍‍ ଓ ଏତ୍‍ସମ୍‍;
30 ଇଲତୋଲଦ୍‍ ଓ କସୀଲ ଓ ହର୍ମା
31 ଓ ସିକ୍ଲଗ୍‍ ଓ ମଦ୍‍ମନ୍ନା ଓ ସନ୍‍ସନ୍ନା
32 ଓ ଲବାୟୋତ୍‍ ଓ ଶିଲହୀମ୍‍ ଓ ଐନ୍‍ ଓ ରିମ୍ମୋନ୍‍; ଗ୍ରାମ ସମେତ ସର୍ବସୁଦ୍ଧା ଊଣତିରିଶ ନଗର।
33 ତଳଭୂମିରେ ଇଷ୍ଟାୟୋଲ ଓ ସରାୟ ଓ ଅସ୍‍ନା
34 ଓ ସାନୋହ ଓ ଐନ୍‍-ଗନ୍ନୀମ ଓ ତପୂହ ଓ ଐନମ୍;
35 ଯର୍ମୂତ ଓ ଅଦୁଲ୍ଲମ, ସୋଖୋ ଓ ଅସେକା
36 ଓ ଶାରୟିମ୍‍ ଓ ଅଦୀଥୟିମ୍‍ ଓ ଗଦେରା ଓ ଗଦେରୋଥୟିମ୍‍; ଗ୍ରାମ ସମେତ ଏହି ଚଉଦ ନଗର।
37 ସନାନ୍‍ ଓ ହଦାଶା ଓ ମିଗ୍‍ଦଲଗାଦ
38 ଓ ଦିଲୀୟନ୍‍ ଓ ମିସ୍ପେ ଓ ଯକ୍ତେଲ;
39 ଲାଖୀଶ୍‍ ଓ ବସ୍କତ୍‍ ଓ ଇଗ୍ଲୋନ୍‍;
40 କେବ୍ବୋନ୍‍ ଓ ଲହମମ ଓ କିତୀଶ୍‍
41 ଓ ଗଦେରୋତ୍‍, ବେଥ୍-ଦାଗୋନ୍‍ ଓ ନୟମା ଓ ମକ୍‍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।
42 ଲିବ୍‍ନା ଓ ଏଥର୍‍ ଓ ଆଶନ୍‍
43 ଓ ଯିପ୍ତହ ଓ ଅସ୍‍ନା ଓ ନତ୍‍ସୀବ୍‍;
44 କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।
45 ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
46 ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍‍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।
47 ଅସ୍‍ଦୋଦ, ତହିଁର ଉପନଗର ଓ ଗ୍ରାମମାନ; ଘସା, ତହିଁର ଉପନଗର ଓ ଗ୍ରାମମାନ; ମିସର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
48 ପର୍ବତମୟ ଦେଶରେ ଶାମୀର୍‍ ଓ ଯତ୍ତୀର ଓ ସୋଖୋ;
49 ପୁଣି ଦନ୍ନା ଓ କିରୀୟଥ୍‍-ସନ୍ନା (ଏହାକୁ ଦବୀର କହନ୍ତି)
50 ଓ ଅନାବ ଓ ଇଷ୍ଟିମୋୟ ଓ ଆନୀମ୍‍
51 ଓ ଗୋଶନ ଓ ହୋଲୋନ୍‍ ଓ ଗୀଲୋ; ଏହିସବୁ ଗ୍ରାମ ସମେତ ଏଗାର ନଗର।
52 ଅରାବ୍‍ ଓ ଦୂମା ଓ ଇଶୀୟନ୍‍
53 ଓ ଯାନୁମ୍‍ ଓ ବେଥ୍-ତ୍ତପୂହ ଓ ଅଫେକା
54 ଓ ହୁମ୍‍ଟା ଓ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ଓ ସୀୟୋର, ଏସବୁ ଗ୍ରାମ ସମେତ ନଅ ନଗର।
55 ମାୟୋନ୍‍, କର୍ମିଲ ଓ ସୀଫ୍ ଓ ଯୁଟା
56 ଓ ଯିଷ୍ରିୟେଲ ଓ ଯଗ୍‍ଦୀୟାମ୍‍ ଓ ସାନୋହ;
57 କୟିନ ଓ ଗିବୀୟା ଓ ତିମ୍ନା; ଏସବୁ ଗ୍ରାମ ସମେତ ଦଶ ନଗର।
58 ହଲହୁଲ ଓ ବେଥ୍-ସୁର ଓ ଗଦୋର
59 ଓ ମାରତ୍‍ ଓ ବେଥ୍-ଅନୋତ୍‍ ଓ ଇଲ୍‍ତକୋନ; ଏସବୁ ଗ୍ରାମ ସମେତ ଛଅ ନଗର।
ଯିହୋଶୂୟ 15 in ଓଡିଆ ବାଇବେଲ