Text copied!
Bibles in Odia

ଯିହୋଶୂୟ 14:9-15 in Odia

Help us?

ଯିହୋଶୂୟ 14:9-15 in ଓଡିଆ ବାଇବେଲ

9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ।
10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ୍‍ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି।
11 ତଥାପି ମୋଶା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି; ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋହର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋହର ବଳ ଅଛି।
12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥା’ନ୍ତି ଓ ନଗରମାନ ବୃହତ ଓ ପ୍ରାଚୀରବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।
13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।
14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ।
15 ପୂର୍ବକାଳରେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ (ଅର୍ବର ନଗର) ଥିଲା; ସେହି ଅର୍ବ ଅନାକୀୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏଉତ୍ତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
ଯିହୋଶୂୟ 14 in ଓଡିଆ ବାଇବେଲ