14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।
15 କୁହ୍ରାଡ଼ି କ’ଣ ତଦ୍ଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ ? କରତ କ’ଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ ? ଯେଉଁମାନେ ଦଣ୍ଡ ଉଠାନ୍ତି, ଦଣ୍ଡ କ’ଣ ସେମାନଙ୍କୁ ହଲାଇବ ? ଯେ କାଷ୍ଠ ନୁହେଁ, ଯଷ୍ଟି କ’ଣ ତାହାକୁ ଉଠାଇବ ?
16 ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ।
17 ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ୱରୂପ ହେବ ଓ ତାହାର ଧର୍ମସ୍ୱରୂପ ଅଗ୍ନିଶିଖା ସଦୃଶ ହେବେ, ଆଉ ତାହା ଜ୍ୱଳି ଗୋଟିଏ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷସବୁ ଗ୍ରାସ କରିବ।
18 ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ; ତହିଁରେ ଧ୍ୱଜାଧାରୀ କ୍ଷୀଣ ହେବା ବେଳେ ଯେପରି ହୁଏ, ସେହିପରି ହେବ।