Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:11-22 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:11-22 in ଓଡିଆ ବାଇବେଲ

11 ଆଉ, ସେହି ଗୋବତ୍ସର ଚର୍ମ, ସମସ୍ତ ମାଂସ, ମସ୍ତକ, ପାଦ, ଅନ୍ତ ଓ ଗୋମୟ,
12 ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍‍, ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ।
13 ଆଉ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଯଦି ଭୁଲବଶତଃ ପାପ କରନ୍ତି ଓ ତାହା ସମାଜର ଦୃଷ୍ଟିରେ ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯଦି କୌଣସି କର୍ମ କରି ଦୋଷୀ ହୁଅନ୍ତି;
14 ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ବୁ ନିକଟକୁ ତାହା ଆଣିବେ।
15 ଏଥିଉତ୍ତାରେ ମଣ୍ଡଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ମସ୍ତକରେ ହସ୍ତ ରଖିବେ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ।
16 ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
17 ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
18 ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।
19 ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ।
20 ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।
21 ଏଥିଉତ୍ତାରେ ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସ ତୁଲ୍ୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ।
22 ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4 in ଓଡିଆ ବାଇବେଲ