Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27:13-21 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27:13-21 in ଓଡିଆ ବାଇବେଲ

13 ମାତ୍ର, ଯଦି ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
14 ଆଉ, ଯଦି କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ।
15 ଆଉ, ଯଦି ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
16 ଆଉ, ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ସେହି କ୍ଷେତ୍ରରେ ବୁଣିବା ନିମନ୍ତେ ଆବଶ୍ୟକୀୟ ପରିମାଣର ବିହନ ଅନୁସାରେ ହେବ; ଏକ ହୋମର ପରିମିତ ଯବ ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ।
17 ଯଦି ସେ ଯୁବ୍‍ଲୀ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ।
18 ମାତ୍ର, ଯଦି ସେ ଯୁବ୍‍ଲୀ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ।
19 ଆଉ ସେହି କ୍ଷେତ୍ର ଶୁଚିକାରୀ ଲୋକ ଯଦି କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
20 ମାତ୍ର ଯଦି ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯଦି ସେ ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
21 ମାତ୍ର ସେହି କ୍ଷେତ୍ର ଯୁବ୍‍ଲୀ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27 in ଓଡିଆ ବାଇବେଲ