Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22:7-21 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22:7-21 in ଓଡିଆ ବାଇବେଲ

7 ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ, ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ।
8 ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ଜନ୍ତୁର ମାଂସ ଭୋଜନ କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
9 ଏହେତୁ ସେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବେ; ନୋହିଲେ, ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ଅପରାଧ ବୋହିବ ଓ ତହିଁରେ ମରିବେ; ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ।
10 ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
11 ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ।
12 ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ।
13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।
14 ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।
15 ଏହିରୂପେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହା ସବୁ ଅପବିତ୍ର କରିବେ ନାହିଁ।
16 ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
17 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
18 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି,
19 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂ ପଶୁ ଉତ୍ସର୍ଗ କରିବେ।
20 ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
21 ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗ ପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ।
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22 in ଓଡିଆ ବାଇବେଲ