Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16:26-30 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16:26-30 in ଓଡିଆ ବାଇବେଲ

26 ପୁଣି, ଯେଉଁ ଲୋକ ତ୍ୟାଗର ଛାଗକୁ ଛାଡ଼ିଦିଏ, ସେ ଆପଣା ବସ୍ତ୍ର ଧୋଇ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ଛାଉଣିକୁ ଆସିବ।
27 ପୁଣି, ପାପାର୍ଥକ ବଳି ନିମନ୍ତେ ଯେଉଁ ଗୋବତ୍ସର ଓ ପାପାର୍ଥକ ବଳି ନିମନ୍ତେ ଯେଉଁ ଛାଗର ରକ୍ତ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନକୁ ଅଣାଯାଇଥିଲା, ଲୋକମାନେ ସେଗୁଡ଼ିକୁ ଛାଉଣି ବାହାରକୁ ନେଇ ଯାଇ ସେଗୁଡ଼ିକର ଚର୍ମ, ମାଂସ ଓ ମଳ ଅଗ୍ନିରେ ଦଗ୍ଧ କରିବେ।
28 ପୁଣି ଯେଉଁ ଲୋକ ତାହା ଦଗ୍ଧ କରିବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ, ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ।
29 ତୁମ୍ଭମାନଙ୍କ ନିମନ୍ତେ ଏହା ଅନନ୍ତକାଳୀନ ବିଧି ହେବ; ସପ୍ତମ ମାସରେ ଓ ସେହି ମାସର ଦଶମ ଦିନରେ ସ୍ୱଦେଶୀୟ ବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ଲୋକ ହେଉ, ତୁମ୍ଭେମାନେ କୌଣସି ପ୍ରକାର ଖାଦ୍ୟ ଖାଇବ ନାହିଁ ଓ କୌଣସି ପ୍ରକାର କର୍ମ କରିବ ନାହିଁ।
30 କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରାଯିବ; ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣାର ସକଳ ପାପରୁ ପରିଷ୍କୃତ ହେବ।
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16 in ଓଡିଆ ବାଇବେଲ