Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:3-10 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:3-10 in ଓଡିଆ ବାଇବେଲ

3 ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘା’ ଦେଖିବ; ଆଉ ଯଦି ଘା’ର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯଦି ତାହା ଶରୀରର ଚର୍ମଠାରୁ ନୀଚ ଦେଖାଯାଏ, ତେବେ ତାହା କୁଷ୍ଠରୋଗର ଘା’ ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ।
4 ପୁଣି, ଚିକ୍କଣ ଚିହ୍ନ ଯଦି ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା’ ହୋଇଅଛି, ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।
5 ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ତାହାର ଦୃଷ୍ଟିରେ ସେହି ଘା’ ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିବ।
6 ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ, ଯଦି ଘା’ ମଳିନ ହୋଇଥାଏ ଓ ଘା’ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା କାଛୁକୁଣ୍ଡିଆ ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।
7 ମାତ୍ର ସେ ଶୁଚି ହେବା ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯଦି ତାହାର କାଛୁକୁଣ୍ଡିଆ ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ।
8 ତହିଁରେ କାଛୁକୁଣ୍ଡିଆ ତାହାର ଚର୍ମରେ ବ୍ୟାପିଲା, ଏପରି ଯଦି ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, କାରଣ ତାହା କୁଷ୍ଠରୋଗ ଅଟେ।
9 କୌଣସି ମନୁଷ୍ୟଠାରେ କୁଷ୍ଠରୋଗର ଘା’ ହେଲେ, ସେ ଯାଜକ ନିକଟକୁ ଅଣାଯିବ;
10 ତହୁଁ ଯାଜକ ତାହାକୁ ଦେଖିବ; ଆଉ, ଯଦି ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ,
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13 in ଓଡିଆ ବାଇବେଲ