Text copied!
Bibles in Odia

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10:11-18 in Odia

Help us?

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10:11-18 in ଓଡିଆ ବାଇବେଲ

11 ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣକୁ ଯେଉଁ ସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ।”
12 ଏଥିଉତ୍ତାରେ ମୋଶା ହାରୋଣଙ୍କୁ, ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ତାଡ଼ି ବିନା ଭୋଜନ କର, ଯେହେତୁ ତାହା ମହାପବିତ୍ର;
13 ଏଣୁ ତୁମ୍ଭେମାନେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କର; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ମଧ୍ୟରୁ ତାହା ହିଁ ତୁମ୍ଭର ଓ ତୁମ୍ଭ ପୁତ୍ରଗଣଙ୍କର ପ୍ରାପ୍ତବ୍ୟ ଅଂଶ; ଯେହେତୁ ଆମ୍ଭେ ଏହି ଆଜ୍ଞା ପାଇଅଛୁ।
14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।
15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”
16 ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,
17 “ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ ? ତାହା ତ ମହାପବିତ୍ର, ପୁଣି ମଣ୍ଡଳୀର ଅପରାଧ ବୋହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି।
18 ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥା’ନ୍ତ।”
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10 in ଓଡିଆ ବାଇବେଲ