Text copied!
Bibles in Odia

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 21:20-30 in Odia

Help us?

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 21:20-30 in ଓଡିଆ ବାଇବେଲ

20 ଓ ବାମୋତଠାରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍‍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ, ତାହା ମରୁଭୂମି ଆଡ଼କୁ ଥିଲା।
21 ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ ଏହା କହି ଦୂତ ପଠାଇଲେ;
22 “ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”
23 ଏଥିରେ ସୀହୋନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ; ମାତ୍ର ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି, ଯହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
24 ତହିଁରେ ଇସ୍ରାଏଲ ଖଡ୍ଗଧାରରେ ତାଙ୍କୁ ଆଘାତ କରି ଅର୍ଣ୍ଣୋନଠାରୁ ଯବ୍ବୋକ୍‍ ପର୍ଯ୍ୟନ୍ତ, ଅର୍ଥାତ୍‍, ଅମ୍ମୋନ ସନ୍ତାନଗଣଙ୍କର ସୀମା ପର୍ଯ୍ୟନ୍ତ, ତାହାର ଦେଶ ଅଧିକାର କଲେ; କାରଣ ଅମ୍ମୋନ-ସନ୍ତାନଗଣଙ୍କର ସୀମା ଦୃଢ଼ ଥିଲା।
25 ଏହିରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମୋରୀୟମାନଙ୍କର ସମସ୍ତ ନଗରରେ, ଅର୍ଥାତ୍‍ ହିଷ୍‍ବୋନରେ ଓ ତହିଁର ସମସ୍ତ ନଗରରେ ବାସ କଲେ।
26 କାରଣ ହିଷ୍‍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ନଗର ଥିଲା, ସେ ମୋୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ଣ୍ଣୋନ ପର୍ଯ୍ୟନ୍ତ ତାହାର ସମସ୍ତ ଦେଶ ନେଇଥିଲେ।
27 ଏନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍‍ବୋନକୁ ଆସ, ସୀହୋନର ନଗର ନିର୍ମିତ ଓ ଦୃଢ଼ୀକୃତ ହେଉ;
28 କାରଣ ହିଷ୍‍ବୋନଠାରୁ ଅଗ୍ନି, ସୀହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି; ତାହା ମୋୟାବର ଆର ନଗରକୁ, ଅର୍ଣ୍ଣୋନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି।
29 ହେ ମୋୟାବ, ତୁମ୍ଭର ସନ୍ତାପ ହେଲା ! ହେ କମୋଶର ଲୋକଗଣ, ତୁମ୍ଭେମାନେ ଉଚ୍ଛିନ୍ନ ହେଲ; ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତାହାର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସୀହୋନର ହସ୍ତରେ ସମର୍ପଣ କରିଅଛି;
30 ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ; ହିଷ୍‍ବୋନ ଦୀବୋନ୍‍ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପଇ।”
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 21 in ଓଡିଆ ବାଇବେଲ