Text copied!
Bibles in Odia

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:6-9 in Odia

Help us?

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:6-9 in ଓଡିଆ ବାଇବେଲ

6 ଆଉ ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭ୍ରାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ-ତମ୍ବୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ଦାନ ଅଟନ୍ତି।
7 ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ, ତୁମ୍ଭେମାନେ ବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ (ଆପଣା) ଦାନଜନିତ ସେବା ରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ; ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ, ତାହାର ପ୍ରାଣଦଣ୍ଡ ହେବ।”
8 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ଆହୁରି ଆମ୍ଭେ, ଦେଖ, ଆମ୍ଭେ ଆପଣା ଉତ୍ତୋଳନୀୟ ଉପହାର, ଅର୍ଥାତ୍‍, ଇସ୍ରାଏଲ ସନ୍ତାନଗଣର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭଙ୍କୁ ଦେଲୁ, ତୁମ୍ଭର ଅଭିଷେକ ସକାଶୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହାସବୁ ଦେଲୁ।
9 ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହାସବୁ ତୁମ୍ଭର ହେବ; ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର, ଅର୍ଥାତ୍‍, ସେମାନଙ୍କର ପ୍ରତ୍ୟେକ ଭକ୍ଷ୍ୟ-ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ।
ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18 in ଓଡିଆ ବାଇବେଲ