Text copied!
Bibles in Odia

ପ୍ରେରିତ 7:4-8 in Odia

Help us?

ପ୍ରେରିତ 7:4-8 in ଓଡିଆ ବାଇବେଲ

4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଈଶ୍ୱର ତାହାଙ୍କୁ ନେଇଆସିଲେ,
5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।
6 ଈଶ୍ୱର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ ।
7 ପୁଣି, ଈଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ ।
8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ ।
ପ୍ରେରିତ 7 in ଓଡିଆ ବାଇବେଲ