Text copied!
Bibles in Odia

ପରମ ଗୀତ 1:11-16 in Odia

Help us?

ପରମ ଗୀତ 1:11-16 in ଓଡିଆ ବାଇବେଲ

11 ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା।
12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋ’ ସୁଗନ୍ଧିର ସୁବାସ ବ୍ୟାପ୍ତ ହେଲା।
13 ମୋହର ପ୍ରିୟତମ ମୋ’ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋ’ ପ୍ରତି ଅଟନ୍ତି।
14 ମୋ’ ପ୍ରିୟତମ ମୋ’ ପ୍ରତି ଐନଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।
15 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ, ଦେଖ, ତୁମ୍ଭେ ସୁନ୍ଦରୀ ଅଟ; ତୁମ୍ଭର ଚକ୍ଷୁ କପୋତ ତୁଲ୍ୟ।
16 ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର; ଆହୁରି, ଆମ୍ଭମାନଙ୍କ ଶଯ୍ୟା ହରିଦ୍‍ବର୍ଣ୍ଣ ଅଟେ।
ପରମ ଗୀତ 1 in ଓଡିଆ ବାଇବେଲ