Text copied!
Bibles in Odia

ଗୀତସଂହିତା 86:12-16 in Odia

Help us?

ଗୀତସଂହିତା 86:12-16 in ଓଡିଆ ବାଇବେଲ

12 ହେ ପ୍ରଭୁ, ମୋ’ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି।
13 କାରଣ ମୋ’ ପ୍ରତି ତୁମ୍ଭର ଦୟା ମହତ୍‍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋ’ ପ୍ରାଣକୁ ଉଦ୍ଧାର କରିଅଛ।
14 ହେ ପରମେଶ୍ୱର, ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ଉଠିଅଛନ୍ତି, ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋ’ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି।
15 ମାତ୍ର ହେ ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ଆହେ, ମୋ’ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି, ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର।
ଗୀତସଂହିତା 86 in ଓଡିଆ ବାଇବେଲ