Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 7

ରୋମୀୟ 7:10-20

Help us?
Click on verse(s) to share them!
10ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋ' ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା ।
11କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା ।
12ଅତଏବ, ମୋଶାଙ୍କ ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ ।
13ତେବେ, ଯାହା ଉତ୍ତମ, ତାହା କି ମୋ' ପକ୍ଷରେ ମୃତ୍ୟୁଦାୟକ ହେଲା ? ତାହା କେବେ ହେଁ ନ ହେଉ । କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋ' ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ ।
14ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ ।
15କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।
16କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୋଶାଙ୍କ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ ।
17ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋ'ଠାରେ ବାସ କରୁଥିବା ପାପ ତାହା କରୁଅଛି ।
18କାରଣ ମୋ'ଠାରେ, ଅର୍ଥାତ୍‍, ମୋ' ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରି ପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ ।
19କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ ।
20କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋ'ଠାରେ ବାସ କରୁଥିବା ପାପ ତାହା କରେ ।

Read ରୋମୀୟ 7ରୋମୀୟ 7
Compare ରୋମୀୟ 7:10-20ରୋମୀୟ 7:10-20