Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 1

ରୋମୀୟ 1:5-18

Help us?
Click on verse(s) to share them!
5ଆଉ, ଯେଉଁ ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
6ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୂଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥି ନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ ।
7ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।
8ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥି ନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି ।
9କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ୱରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇ ପାରେ,
10ଏଥି ନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ୱରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି ।
11ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
12ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ ।
13ହେ ଭାଇମାନେ, ଅବଶିଷ୍ଟ ଅଣଯିହୂଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ ।
14ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ ।
15ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ ।
16କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୂଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।
17ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ'' ।
18କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି

Read ରୋମୀୟ 1ରୋମୀୟ 1
Compare ରୋମୀୟ 1:5-18ରୋମୀୟ 1:5-18