Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:18-27

Help us?
Click on verse(s) to share them!
18ଯଦି ତୃତୀୟ ଦିନରେ ତାହାର ସେହି ମଙ୍ଗଳାର୍ଥକ ଉପହାର ବଳିରୁ କିଛିମାତ୍ର ଭୋଜନ କରାଯାଏ, ତେବେ ତାହା ଗ୍ରାହ୍ୟ ହେବ ନାହିଁ, କିଅବା ତହିଁର ଉତ୍ସର୍ଗକାରୀ ପକ୍ଷରେ ତାହା ଗଣାଯିବ ନାହିଁ; ତାହା ଘୃଣାଯୋଗ୍ୟ ହେବ, ପୁଣି ଯେଉଁ ପ୍ରାଣୀ ତାହା ଭୋଜନ କରେ, ସେ ଆପଣା ଅପରାଧ ବୋହିବ।
19ଆଉ, ସେହି ମାଂସ କୌଣସି ଅଶୁଚି ବସ୍ତୁରେ ଲାଗିଲେ, ତାହା ଭୋଜନ କରାଯିବ ନାହିଁ; ତାହା ଅଗ୍ନିରେ ଦଗ୍ଧ ହେବ। ଆଉ, ସେହି ଶୁଚି ମାଂସ ପ୍ରତ୍ୟେକ ଶୁଚି ଲୋକ ଭୋଜନ କରିବ।
20ମାତ୍ର ଯେଉଁ ପ୍ରାଣୀ ଆପଣା ଶରୀରରେ ଅଶୁଚିତା ଥାଉ ଥାଉ ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
21ଯେବେ କେହି କୌଣସି ବସ୍ତୁ, ଅର୍ଥାତ୍‍, ମନୁଷ୍ୟର ଅଶୁଚିତା, କି ଅଶୁଚି ପଶୁ, କିଅବା କୌଣସି ଘୃଣାଯୋଗ୍ୟ ଅଶୁଚି ବସ୍ତୁ ସ୍ପର୍ଶ କରି ସଦାପ୍ରଭୁଙ୍କ ସମ୍ବନ୍ଧୀୟ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ, ତେବେ ସେହି ଭୋଜନକାରୀ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
22ଆହୁରି, ସଦାପ୍ରଭୁ ମୋଶାଙ୍କୁ କହିଲେ
23“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମ୍ଭେମାନେ ଗୋରୁର, କି ମେଷର କି ଛେଳିର ମେଦ ଭୋଜନ କରିବ ନାହିଁ।
24ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।
25କାରଣ ମନୁଷ୍ୟମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଯେଉଁ ପଶୁ ଉତ୍ସର୍ଗ କରନ୍ତି, ତାହାର ମେଦ ଯେବେ କେହି ଭୋଜନ କରେ; ତେବେ ତାହା ଭୋଜନକାରୀ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
26ପୁଣି, ତୁମ୍ଭମାନଙ୍କର କୌଣସି ବାସ ସ୍ଥାନରେ ତୁମ୍ଭେମାନେ କୌଣସି ପକ୍ଷୀର କି ପଶୁର ରକ୍ତ ଭୋଜନ କରିବ ନାହିଁ।
27ଯେକୌଣସି ରକ୍ତ ଯିଏ ଭୋଜନ କରେ, ସେ ଯିଏ ହେଉ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:18-27ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:18-27