Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:5-19

Help us?
Click on verse(s) to share them!
5ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
6ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନର ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
7ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।
8ଆଉ, ପାପାର୍ଥକ ବଳି ରୂପ ଗୋବତ୍ସର ସମସ୍ତ ମେଦ, ଅର୍ଥାତ୍‍, ଅନ୍ତ ଆଚ୍ଛାଦକ ମେଦ, ଅନ୍ତ ଉପରିସ୍ଥ ମେଦ,
9ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।
10ମଙ୍ଗଳାର୍ଥକ ବଳିର ଗୋରୁ ହେଲେ ଯେରୂପ କରିବାକୁ ହୁଏ, ସେରୂପ କରିବ; ପୁଣି ଯାଜକ ହୋମବେଦି ଉପରେ ତାହା ଦଗ୍ଧ କରିବ।
11ଆଉ, ସେହି ଗୋବତ୍ସର ଚର୍ମ, ସମସ୍ତ ମାଂସ, ମସ୍ତକ, ପାଦ, ଅନ୍ତ ଓ ଗୋମୟ,
12ସର୍ବସମେତ ଗୋବତ୍ସକୁ ନେଇ ଛାଉଣି ବାହାରେ ଶୁଚି ସ୍ଥାନରେ, ଅର୍ଥାତ୍‍, ଭସ୍ମ ନିକ୍ଷେପ ସ୍ଥାନକୁ ଆଣି କାଷ୍ଠ ଉପରେ ଅଗ୍ନିରେ ଦଗ୍ଧ କରିବ; ଭସ୍ମ ନିକ୍ଷେପ ସ୍ଥାନରେ ତାହା ଦଗ୍ଧ କରିବାକୁ ହେବ।
13ଆଉ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଯଦି ଭୁଲବଶତଃ ପାପ କରନ୍ତି ଓ ତାହା ସମାଜର ଦୃଷ୍ଟିରେ ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯଦି କୌଣସି କର୍ମ କରି ଦୋଷୀ ହୁଅନ୍ତି;
14ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ, ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ, ପୁଣି ସମାଗମ-ତମ୍ବୁ ନିକଟକୁ ତାହା ଆଣିବେ।
15ଏଥିଉତ୍ତାରେ ମଣ୍ଡଳୀର ପ୍ରାଚୀନବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ମସ୍ତକରେ ହସ୍ତ ରଖିବେ; ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ବଧ କରାଯିବ।
16ଆଉ, ଅଭିଷିକ୍ତ ଯାଜକ ସେହି ଗୋବତ୍ସର ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟକୁ ଆଣିବ।
17ପୁଣି, ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମୁରେ ବିଚ୍ଛେଦବସ୍ତ୍ର ଆଗରେ ସାତ ଥର ଛିଞ୍ଚିବ।
18ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।
19ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:5-19ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:5-19