Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:19-30

Help us?
Click on verse(s) to share them!
19ପୁଣି, ବଳିରୁ ସମସ୍ତ ମେଦ ନେଇ ବେଦି ଉପରେ ଦଗ୍ଧ କରିବ।
20ପୁଣି, ସେ ସେହି ପାପାର୍ଥକ ବଳିର ଗୋବତ୍ସକୁ ଯେରୂପ କଲା, ଏହାକୁ ହିଁ ସେରୂପ କରିବ; ଏହିରୂପେ ଯାଜକ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେମାନେ କ୍ଷମାପ୍ରାପ୍ତ ହେବେ।
21ଏଥିଉତ୍ତାରେ ସେ ଗୋବତ୍ସକୁ ଛାଉଣିର ବାହାରେ ନେଇ ପ୍ରଥମ ଗୋବତ୍ସ ତୁଲ୍ୟ ତାକୁ ଦଗ୍ଧ କରିବ; ତାହା ସମାଜର ପାପାର୍ଥକ ବଳିଦାନ।
22ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;
23ତେବେ ସେ ଯେଉଁ ବିଷୟରେ ପାପ କରିଅଛି, ତାହାର ସେହି ପାପ ତାହାକୁ ଜ୍ଞାତ କରାଗଲେ, ସେ ଏକ ନିଖୁନ୍ତ ପୁଂ ଛାଗ ଉପହାର ଆଣିବ।
24ପୁଣି, ସେ ସେହି ଛାଗର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ; ତାହା ପାପାର୍ଥକ ବଳିଦାନ।
25ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।
26ପୁଣି ମଙ୍ଗଳାର୍ଥକ ବଳିଦାନର ମେଦ ତୁଲ୍ୟ ତାହାର ସକଳ ମେଦ ନେଇ ବେଦି ଉପରେ ଦଗ୍ଧ କରିବ; ଏହିରୂପେ ଯାଜକ ତାହାର ପାପମୋଚନାର୍ଥକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
27ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ
28ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ଯଦି ତାହାକୁ ଜ୍ଞାତ କରାଯାଏ, ତେବେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଏକ ନିଖୁନ୍ତ ଛାଗୀ ଉପହାର ଆଣିବ।
29ପୁଣି ସେ ସେହି ପାପାର୍ଥକ ବଳିର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ସେହି ପାପାର୍ଥକ ବଳି ବଧ କରିବ।
30ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:19-30ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 4:19-30