Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20:16-23

Help us?
Click on verse(s) to share them!
16ପୁଣି, କୌଣସି ସ୍ତ୍ରୀ ଯଦି କୌଣସି ପଶୁ ସହିତ ସହବାସ କରିବାକୁ ତାହା ନିକଟକୁ ଯାଇ ତାହା ଆଗରେ ଶୟନ କରେ, ତେବେ ତୁମ୍ଭେ ସେହି ସ୍ତ୍ରୀକୁ ଓ ପଶୁକୁ ବଧ କରିବ; ସେମାନେ ନିତାନ୍ତ ହତ ହେବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।
17ଆଉ, ଯଦି କେହି ଆପଣା ଭଗିନୀକୁ, ଅର୍ଥାତ୍‍, ଆପଣା ପିତୃକନ୍ୟା କି ମାତୃକନ୍ୟାକୁ ଗ୍ରହଣ କରେ ଓ ଦୁହେଁ ପରସ୍ପରର ଉଲଙ୍ଗତା ଦେଖନ୍ତି, ତେବେ ତାହା ଲଜ୍ଜାର ବିଷୟ; ସେମାନେ ଆପଣା ଲୋକମାନଙ୍କ ସନ୍ତାନଗଣର ସାକ୍ଷାତରେ ଉଚ୍ଛିନ୍ନ ହେବେ; ସେ ଆପଣା ଭଗିନୀର ଆବରଣୀୟ ଅନାବୃତ କରିଅଛି; ସେ ଆପଣା ଅପରାଧ ବୋହିବ।
18ପୁଣି, ଯଦି କେହି ରଜସ୍ୱଳା ସ୍ତ୍ରୀ ସହିତ ଶୟନ କରେ ଓ ତାହାର ଆବରଣୀୟ ଅନାବୃତ କରେ, ତେବେ ସେହି ପୁରୁଷ ତାହାର ରକ୍ତର କ୍ଷରଣ ପ୍ରକାଶ କରିବାରୁ ଓ ସେହି ସ୍ତ୍ରୀ ଆପଣା ରକ୍ତର କ୍ଷରଣ ଅନାବୃତ କରିବାରୁ, ସେ ଦୁହେଁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବେ।
19ଆଉ, ତୁମ୍ଭେ ଆପଣା ମାଉସୀର ବା ପିଉସୀର ଆବରଣୀୟ ଅନାବୃତ କରିବ ନାହିଁ; ତାହା କଲେ, ଆପଣା ନିକଟବର୍ତ୍ତୀ କୁଟୁମ୍ବର ଆବରଣୀୟ ଅନାବୃତ କରାଯାଏ। ସେମାନେ ଆପଣା ଆପଣା ଅପରାଧ ବୋହିବେ।
20ଆଉ, ଯଦି କେହି ଆପଣା ପିତୃବ୍ୟପତ୍ନୀ ସହିତ ଶୟନ କରେ, ତେବେ ସେ ଆପଣା ପିତୃବ୍ୟର ଆବରଣୀୟ ଅନାବୃତ କରିଅଛି; ସେମାନେ ଆପଣା ଆପଣା ଅପରାଧ ବୋହିବେ; ସେମାନେ ନିଃସନ୍ତାନ ହୋଇ ମରିବେ।
21ପୁଣି, ଯଦି କେହି ଆପଣା ଭ୍ରାତୃଭାର୍ଯ୍ୟାକୁ ଗ୍ରହଣ କରେ, ତେବେ ତାହା ଅଶୁଚି କର୍ମ; ସେ ଆପଣା ଭ୍ରାତାର ଆବରଣୀୟ ଅନାବୃତ କରିଅଛି; ସେମାନେ ନିଃସନ୍ତାନ ହେବେ।
22ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଆଜ୍ଞା ମାନ୍ୟ କରି ପାଳନ କରିବ; ତହିଁରେ ଆମ୍ଭେ ଯେଉଁ ଦେଶରେ ବାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉଦ୍‍ଗାର କରିବ ନାହିଁ।
23ପୁଣି, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟ ଲୋକମାନଙ୍କୁ ଦୂର କରୁଅଛୁ, ସେମାନଙ୍କ ଆଚରଣ ଅନୁସାରେ ତୁମ୍ଭେମାନେ ଚ଼ାଲିବ ନାହିଁ; କାରଣ ସେମାନେ ସେହିସବୁ ଦୁଷ୍କର୍ମ କଲେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଘୃଣା କଲୁ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20:16-23ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 20:16-23