Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19:22-25

Help us?
Click on verse(s) to share them!
22ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ।
23ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହା ସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
24ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
25ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19:22-25ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19:22-25