Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:11-24

Help us?
Click on verse(s) to share them!
11ତହୁଁ ଶୁଚିକାରୀ ଯାଜକ ସେହି ଶୁଚିଯୋଗ୍ୟ ଲୋକକୁ ଓ ସେହି ସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ;
12ପୁଣି ଯାଜକ ସେହି ଦୁଇ ମେଷବତ୍ସ ମଧ୍ୟରୁ ଗୋଟିଏ ଓ ସେହି ଏକ ଲୋଗ୍‍ ତୈଳ ନେଇ ଦୋଷାର୍ଥକ ବଳି ରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ।
13ଆଉ, ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମାର୍ଥକ ବଳି ବଧ କରାଯାଏ, ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ; କାରଣ ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି ଯାଜକର ଅଟଇ; ତାହା ମହାପବିତ୍ର ଅଟେ।
14ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;
15ଆଉ, ଯାଜକ ସେହି ଏକ ଲୋଗ୍‍ ତୈଳରୁ କିଛି ନେଇ ଆପଣା ବାମ ହସ୍ତର ପାପୁଲିରେ ଢାଳିବ;
16ତହୁଁ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଡାହାଣ ଅଙ୍ଗୁଳି ଡୁବାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତ ଥର ଛିଞ୍ଚିବ;
17ପୁଣି, ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ଉପରେ ଲଗାଇବ;
18ଏଥିଉତ୍ତାରେ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୁଚିଯୋଗ୍ୟ ଲୋକର ମସ୍ତକରେ ଲଗାଇବ; ପୁଣି ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ।
19ଆଉ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୁଚିଯୋଗ୍ୟ ଲୋକର ଅଶୁଚିତା ହେତୁ ପ୍ରାୟଶ୍ଚିତ୍ତ କରିବ; ଏଥିଉତ୍ତାରେ ସେ ହୋମାର୍ଥକ ବଳି ବଧ କରିବ।
20ଆଉ, ଯାଜକ ହୋମ ବଳି ଓ ଭକ୍ଷ୍ୟ ନୈବେଦ୍ୟ ଆଣି ବେଦିରେ ଉତ୍ସର୍ଗ କରିବ, ତହୁଁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ ସେ ଶୁଚି ହେବ।
21ଆଉ, ଯଦି ସେ ଦରିଦ୍ର ଓ ସେହି ସମସ୍ତ ବଳିଦାନ ଆଣି ନ ପାରେ, ତେବେ ସେ ଆପଣା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସ ଓ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ;
22ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।
23ଆଉ, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକ ନିକଟକୁ ସେମାନଙ୍କୁ ଆଣିବ।
24ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍‍ ତୈଳ ନେବ; ପୁଣି, ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳାଇବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:11-24ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14:11-24