Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11:14-27

Help us?
Click on verse(s) to share them!
14ପୁଣି, ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ,
15ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ,
16ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ,
17ପୁଣି, କୋଷପକ୍ଷୀ, ପାଣିକୁଆ, ବଗ,
18ଦୀର୍ଘଗଳ ହଂସ, ପାଣିଭେଳା, ଶାଗୁଣା;
19ପୁଣି ବଗ, ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା।
20ପୁଣି, ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
21ତଥାପି ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ, ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ।
22ଅର୍ଥାତ୍‍, ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ, ଆପଣା ଆପଣା ଜାତି ଅନୁସାରେ ବାଘୁଆଫଡ଼ିଙ୍ଗ, ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ।
23ମାତ୍ର ଏହା ଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
24ଆଉ, ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
25ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
26ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ।
27ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11:14-27ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11:14-27