Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1:1-16

Help us?
Click on verse(s) to share them!
1ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ସମାଗମ-ତମ୍ବୁ ମଧ୍ୟରେ ମୋଶାଙ୍କୁ କହିଲେ,
2“ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର।”
3କୋଡ଼ିଏ ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ, ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରୋଣ ସେମାନଙ୍କୁ ଗଣନା କର।
4ପୁଣି, ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍‍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।
5ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ, ସେମାନଙ୍କର ନାମ ଏହି: ଯଥା, ରୁବେନ୍‍ ବଂଶର ଶଦେୟରର ପୁତ୍ର ଇଲୀଷୂର।
6ଶିମୀୟୋନ ବଂଶର ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ।
7ଯିହୁଦା ବଂଶର; ଅମ୍ମୀନାଦବର ପୁତ୍ର ନହଶୋନ୍‍
8ଇଷାଖର ବଂଶର; ସୂୟାରର ପୁତ୍ର ନଥନେଲ।
9ସବୂଲୂନ ବଂଶର ହେଲୋନର ପୁତ୍ର ଇଲୀୟାବ୍‍
10ଯୋଷେଫର ପୁତ୍ରଗଣ ମଧ୍ୟରୁ ଇଫ୍ରୟିମ ବଂଶର; ଅମ୍ମୀହୂଦର ପୁତ୍ର ଇଲୀଶାମା; ମନଃଶି ବଂଶର; ପଦାହସୂରର ପୁତ୍ର ଗମଲୀୟେଲ।
11ବିନ୍ୟାମୀନ୍ ବଂଶର; ଗିଦୀୟୋନର ପୁତ୍ର ଅବୀଦାନ୍‍।
12ଦାନ୍ ବଂଶର; ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର।
13ଆଶେର ବଂଶର; ଅକ୍ରଣର ପୁତ୍ର ପଗୀୟେଲ।
14ଗାଦ୍‍ ବଂଶର; ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍।
15ନପ୍ତାଲି ବଂଶର; ଐନନର ପୁତ୍ର ଅହୀର।
16ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1:1-16ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 1:1-16