Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15:9-20

Help us?
Click on verse(s) to share them!
9ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଣିବ।
10ପୁଣି, ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟ-ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ୍ ଦ୍ରାକ୍ଷାରସ ଆଣିବ।
11ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ।
12ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ।
13ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ।
14ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେ ପ୍ରକାର କର, ସେ ସେହି ପ୍ରକାର କରିବ।
15ସମାଜ ନିମନ୍ତେ, (ଅର୍ଥାତ୍‍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ।
16ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।”
17ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ,
18ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇ ଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏରୂପ କରିବ,
19ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
20ତୁମ୍ଭେମାନେ ଆପଣା ଆପଣା ପ୍ରଥମ ସୂଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ; ଯେପରି ଶସ୍ୟମର୍ଦ୍ଦନ ସ୍ଥାନର ଉତ୍ତୋଳନୀୟ ଉପହାର, ସେପରି ତାହା ଉତ୍ତୋଳନ କରିବ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15:9-20ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15:9-20