Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:31-36

Help us?
Click on verse(s) to share them!
31ମାତ୍ର ତୁମ୍ଭେମାନେ ଆପଣା ଆପଣାର ଯେଉଁ ବାଳକଗଣଙ୍କ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ, ସେମାନେ ତହିଁର ପରିଚୟ ପାଇବେ।
32ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ।
33ପୁଣି, ତୁମ୍ଭମାନଙ୍କ ସନ୍ତାନଗଣଙ୍କ ଚାଳିଶ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କ ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ।
34ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
35ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।”
36ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଶାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରି ଆସି ସେହି ଦେଶର ଅଖ୍ୟାତି ଆଣି ସଦାପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ,

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:31-36ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:31-36