Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 7

ପ୍ରେରିତ 7:1-6

Help us?
Click on verse(s) to share them!
1ସେଥିରେ ମହାଯାଜକ ପଚାରିଲେ,ଏହି ସମସ୍ତ ଅଭିଯୋଗ କି ସତ୍ୟ?
2ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ । ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣରେ ବାସ କରିବା ପୂୂର୍ବେ ଯେତେବେଳେ ସେ ମେସପଟାମିଆରେ ଥିଲେ,ସେତେବେଳେ ସେ ଗୌରବମୟ ଈଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ,
3ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ ।
4ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଈଶ୍ୱର ତାହାଙ୍କୁ ନେଇଆସିଲେ,
5ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟଦ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ ।
6ଈଶ୍ୱର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ ।

Read ପ୍ରେରିତ 7ପ୍ରେରିତ 7
Compare ପ୍ରେରିତ 7:1-6ପ୍ରେରିତ 7:1-6