Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 13

ପ୍ରେରିତ 13:43-52

Help us?
Click on verse(s) to share them!
43ସଭା ସମାପ୍ତ ହେଲା ଉତ୍ତାରେ ଯିହୂଦୀ ଓ ଯିହୂଦୀମତାବଲମ୍ବୀ ଅଣଯିହୂଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ ।
44ପୁଣି, ପରବର୍ତ୍ତୀ ବିଶ୍ରାମବାରରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ ।
45କିନ୍ତୁ ଯିହୂଦୀମାନେ ଲୋକସମୂହଙ୍କୁ ଦେଖି ଇର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାର ପ୍ରତିବାଦ କରିବାକୁ ଲାଗିଲା ।
46ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୂଦୀମାନଙ୍କ ନିକଟକୁ ଯାଉଅଛୁ,
47କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି, "ଆମ୍ଭେ ତୁମ୍ଭକୁ ଅଣଯିହୂଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ, ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ" ।
48ଅଣଯିହୂଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ୱରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ,
49ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା ।
50କିନ୍ତୁ ଯିହୂଦୀମତାବଲମ୍ବୀ ଅଣଯିହୂଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୂଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ ।
51ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟକୁ ଗଲେ,
52ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ ।

Read ପ୍ରେରିତ 13ପ୍ରେରିତ 13
Compare ପ୍ରେରିତ 13:43-52ପ୍ରେରିତ 13:43-52