Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 16

ପ୍ରଥମ ରାଜାବଳୀ 16:13-17

Help us?
Click on verse(s) to share them!
13ବାଶା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାଶାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ।
14ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ-ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖା ନାହିଁ ?
15ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ଵ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ।
16ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ, ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି; ଏହେତୁ ସମସ୍ତ ଇସ୍ରାଏଲ ସେହିଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ।
17ତହୁଁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବ୍ବଥୋନରୁ ଯାତ୍ରା କରି ତିର୍ସା ଅବରୋଧ କଲେ।

Read ପ୍ରଥମ ରାଜାବଳୀ 16ପ୍ରଥମ ରାଜାବଳୀ 16
Compare ପ୍ରଥମ ରାଜାବଳୀ 16:13-17ପ୍ରଥମ ରାଜାବଳୀ 16:13-17