Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 77

ଗୀତସଂହିତା 77:3-10

Help us?
Click on verse(s) to share them!
3ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। ସେଲା
4ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ; ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ।
5ମୁଁ ପୂର୍ବକାଳର ଦିନସବୁ, ପୁରାତନ କାଳର ବର୍ଷସବୁ ଭାବନା କରିଅଛି।
6ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7ପ୍ରଭୁ କ’ଣ ସଦାକାଳ ପରିତ୍ୟାଗ କରିବେ ? ସେ କ’ଣ ଆଉ ସୁପ୍ରସନ୍ନ ହେବେ ନାହିଁ ?
8ତାହାଙ୍କ ଦୟା କ’ଣ ଚିରକାଳ ଲୁପ୍ତ ହେଲା ? ତାହାଙ୍କ ପ୍ରତିଜ୍ଞା କ’ଣ ଚିରକାଳ ବିଫଳ ହୁଏ ?
9ପରମେଶ୍ୱର କ’ଣ କୃପାମୟ ହେବାକୁ ପାସୋରି ଅଛନ୍ତି ? ସେ କ’ଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି ? ସେଲା
10ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା; ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।”

Read ଗୀତସଂହିତା 77ଗୀତସଂହିତା 77
Compare ଗୀତସଂହିତା 77:3-10ଗୀତସଂହିତା 77:3-10